Odisha's historical society

                    ଓଡ଼ିଶାର ଐତିହାସିକ ଚିତ୍ର

ପୃଷ୍ଠଭୂମି:

ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ଘଟିଥିବାର ପ୍ରମାଣ ମିଳେ। ଖ୍ରୀ.ପୂ ପ୍ରଥମ ସହସ୍ରାଦ୍ଧରେ ଓଡ଼ିଶାର କଳିଙ୍ଗ ରାଜ୍ୟ ଭାରତରେ ଏକ ଦୁର୍ଦ୍ଦଶ ରାଜଶକ୍ତି ରୂପେ ପରିଚିତ ଥିଲା ଓ ନୌବାଣିଜ୍ୟଦ୍ଵାରା ନିଜର ଆର୍ଥିକ ସ୍ଥିତି ଦୃଢ଼ କରିପାରିଥିଲା। ପ୍ରାଚୀନକାଳରୁ ଓଡ଼ିଶାରେ ଗଢିଉଠିଥିବା ସଭ୍ୟତା ଓ ସଂସ୍କୃତି ଆଞ୍ଚଳିକ ସ୍ୱତନ୍ତ୍ରର ମର୍ଯ୍ୟାଦା ବହନ କରି କାଳକ୍ରମେ ପରିପ୍ରକାଶ ଲାଭ କରିଛି।ତନ୍ମଧ୍ୟରୁ କଲା-ସ୍ଥାପତ୍ୟ,ଧର୍ମ-ସାହିତ୍ୟ,ଚିତ୍ରକଳା, ନୃତ୍ୟ-ସଙ୍ଗୀତ ଇତ୍ୟାଦି ଐତିହ ।            
ଇତିହାସ:
ଧଉଳୀ ପାହାଡ଼ରେ ଥିବା ଅଶୋକଙ୍କ ସ୍ଵତନ୍ତ୍ର କଳିଙ୍ଗ ଅନୁଶାସନ ନିକଟରେ ପ୍ରସ୍ତରଗାତ୍ରରେ ଖୋଦିତ ହସ୍ତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କାକୃତି । ଏହି ହସ୍ତୀଟି ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ କଳିଙ୍ଗ ପ୍ରସ୍ତର କଳା ଚାତୁରୀର ସ୍ଵାକ୍ଷର ବହ୍ଗନ କରେ । ଧଉଳିର ପାଞ୍ଚ କି.ମି ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । [୧]
ଉଦୟଗିରି ଓ ଖଣ୍ଡଗିରିଠାରେ ଥିବା ଜୈନ ଗୁମ୍ଫା ସମୁହ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ଵିକ କୀର୍ତ୍ତି । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ଵର ବିଶିଷ୍ଟ ଘଟଣାବଳୀ କ୍ରମାନ୍ଵୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡିକ ମଧରୁ ଦ୍ଵିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସ୍ଵର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫା ଗୁଡିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୂନି ଗୁମ୍ଫା, ବାରଭୂଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡିକର ଅଭ୍ୟନ୍ତରରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । [୧]
ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତଥାନ ସହିତ ତାଳ ଦେଇ ଅନେକ ବୌଦ୍ଧ ବିହାର ଓ ଉପାସନା ଗୃହ ଗଢି ଉଠିଥିଲା । ଏଗୁଡିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲିଠାରେ ଥିବା ମୁଚଳିନ୍ଦ ବୌଦ୍ଧ ବିହାର ସର୍ବପ୍ରାଚୀନ ବୋଲି ଅନୁମାନ କରାଯାଏ। ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ରତ୍ନଗିରିଲଲିତଗିରି,ଉଦୟଗିରି, ଲାଙ୍ଗୁଡି ପାହାଡ଼, କାଏମା,ବଜ୍ରଗିରି, ରମେଶ୍ଵର, ସୋଲପୁର, ଖଡିପଦାରୁ ଆବିଷୃତ ବିହାର,ସ୍ତୂପ,ଚୈତ୍ୟଗୃହ,ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦି ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ଓ ଲୋକପ୍ରିୟତାର ପ୍ରମାଣ ଦିଏ । ଏହି ବୌଦ୍ଧମୂର୍ତ୍ତିଗୁଡିକର ଗଠନ ଓ ଲାଳିତ୍ୟ ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଦିଏ । ବୌଦ୍ଧରୁ ପ୍ରାପ୍ତ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ଏହି ଶ୍ରେଣୀଭୁକ୍ତ ।[୨]
ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ସର୍ବତ୍ର ବିତିଦ । ଓଡ଼ିଶାରେ ଥିବା ବିଭିନ୍ନ ମନ୍ଦିରଗୁଡିକର ସଂଖ୍ୟା ଭାରତର ଅନ୍ୟତ୍ର ଥିବା ମନ୍ଦିରଗୁଡିକଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଏ । ଏହା ମନ୍ଦିର ଗୁଡିକର ଗଠନ ଶୈଳୀ ସ୍ଵତନ୍ତ୍ର ଓ କଳିଙ୍ଗ ଶୈଳୀ ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡିକ ହେଲା : (୧) ରେଖା ଦେଉଳ, (୨) ପିଢା ଦେଉଳ, (୩) ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତି କରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିର ଗୁଡିକ ସପ୍ତମ ଶତାବ୍ଦୀ ଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । [୩][୪][୫] ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ , ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ଏହି ମନ୍ଦିର ଗୁଡିକ ନିର୍ମିତ ହୋଇଥିଲା । ଏ ଗୁଡିକ ଓଡ଼ିଶାର ମନ୍ଦିରନଗରୀ ତଥା ରାଜଧାନୀ ଏକାମ୍ରକ୍ଷେତ୍ରଭୁବନେଶ୍ଵର ଶଙ୍ଖକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ, ବିରଜାକ୍ଷେତ୍ର ଯାଜପୁର,ଖିଂଚିବଉଦ, ଗନ୍ଧରାଡି, ସୋମନାଥତୀର୍ଥ ରାଣୀପୁର ଝରିଆଲନୃସିଂହନାଥ, କୂଆଳ,ବରଗାଁ,ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧୟରୁ ଭୁବନେଶ୍ଵରର ମୁକ୍ତେଶ୍ଵର,ରାଜରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ଵବିଖ୍ୟାତ ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦବ୍ୟତିତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡାଇଟାରେ ନିର୍ମିତ ଅନେକ ସୁନ୍ଦର ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ । ଏହି ମନ୍ଦିର ଗୁଡିକର କଳା ଭାସ୍କର୍ଯ୍ୟ ଶୀଳ୍ପୀମାନସର ଚରମ ଅଭିବ୍ୟକ୍ତିର ଏକ ନିଖୁଣ ଚିତ୍ର ପ୍ରଦାନ କରେ ।
ଓଡ଼ିଶାର ଚିତ୍ରକାଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧୟ୍ଯୁଗୀୟ ଚିତ୍ରକଳା ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଦେଖିବାକୁମିଳେ । ଏସବୁ ଚିତ୍ର କଳାଗୁଡିକ ସ୍ଵକୀୟ ପରମ୍ପରା ସ୍ଵାକ୍ଷର ବହନ କରେ ।
ଆମ ରାଜ୍ୟର ମଧ୍ୟ ଯୁଗୀୟ ପୁରାକୀର୍ତ୍ତି ଗୁଡିକ ମଧ୍ୟରୁ କଟକରଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ,କଦମ ରସୁଲକାଳିଆବୋଦା ଗୁରୁଦ୍ଵାର ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡା ଚୌହାନ ରାଜାମାନଙ୍କଦ୍ଵାରା ନିର୍ମିତ ମନ୍ଦିର ଗୁଡିକ ଏହି ସମୟର ଅନ୍ୟତମ ପ୍ରସିଦ୍ଧ ପୁରାକିର୍ତ୍ତି ଯାହା ପାଟଣାଗଡ଼ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।

No comments:

Post a Comment

ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ ଲୋକମାନଙ୍କୁ ମାରୁଛି କରୋନାଭାଇରସ୍: ଅଧ୍ୟୟନ

ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ କରୋନାଭାଇରସ୍ ଲୋକମାନଙ୍କୁ ମାରି ପକାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ‘ଫ୍ରଣ୍ଟିୟ...