ବଲାଂଗୀର ବ୍ୟପାଶ ରୋଡ଼ ସମସ୍ୟା:

ଆଜି କଲି ମଧ୍ୟ ରେ ବଲାଂଗୀର ରେ ସଡକ ଦୁର୍ଘଟଣା ର ମାତ୍ର ବଦ୍ଗୀ ଚାଲିଛି ଓ ତାହା ପୁଣି ଅନ୍ୟ ରୋଡ ରେ ନୁହେଁ ଗୋଟେ ରୁତ ରେ ତାହା ହେଉଛି ବଲାଂଗୀର-ସମ୍ବଲପୁର ସହ ଲାହି ରହି ଥିବା NH-26 ଓ NH-57 ସହ ସଂଯୋଗ ଜାତୀୟ ରାଜପଥ।
                                  
ଏହା ହେଉଛି ସେହି ଚିତ୍ର ଯାହା ବଲାଂଗୀର ସହର ରେ ବ୍ୟପାଶ ସଂଯୋଗ କରି ପାରିବ।

ଆମର ନିବେଦନ ସରକାର ଙ୍କୁ ଯେ ଆମର ଦାବି ପୂରଣ ହେଉ ଓ ବଲାଂଗୀର ରେ ଯଥା ଶୀଘ୍ର ବ୍ୟପାଶ ରାସ୍ତା କରା ଯାଉ

   ରାଜେନ୍ଦ୍ର ନାରାୟଣ ସିଂହଦେଓ ଙ୍କ ଜୀବନୀ

ଉପକ୍ରମ:
       ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ, ଛବିଶଟି ଗଡ଼ଜାତ ଭିତରୁ ବଲାଙ୍ଗିର-ପାଟଣା ଗଡ଼ଜାତର ୩୩ତମ ଚୌହାନ ବଂଶୀୟ ରାଜା । ପରବର୍ତ୍ତୀ କାଳରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ତନ କରିଥିଲେ (୧୯୬୭-୧୯୭୧)[୧]
    
     ରାଜେନ୍ଦ୍ର ନାରାୟଣ ୩୧ ମାର୍ଚ୍ଚ ୧୯୧୨ ମସିହାରେ ଷଢ଼େଇକଳା ରାଜବଂଶରେ ପିତା ଆଦିତ୍ୟ ପ୍ରସାଦ ସିଂହ ଓ ମାଆ ପଦ୍ମିନୀ କୁମାରୀଙ୍କ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ୧ ଜାନୁଆରୀ ୧୯୨୨ରେ ବଲାଙ୍ଗୀର-ପାଟଣାର ନିଃସନ୍ତାନ ରାଜା ପୃଥ୍ୱୀରାଜ ସିଂହଦେଓ ତାଙ୍କୁ ପାଳିତ ପୁତ୍ର ଭାବେ ଗ୍ରହଣ କରିଥିଲେ । ଆଜମେରର ମେୟ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ହଜାରିବାଗ ଓ ମୁଙ୍ଗେରରେ ରାଜ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀ ଶିକ୍ଷାପ୍ରାପ୍ତି କରିଥିଲେ । ୨୦ ବର୍ଷ ବୟସରେ ପାତିଆଲା ମହାରାଜଙ୍କର କନ୍ୟା କୈଳାସ କୁମାରୀଙ୍କୁ ବିବାହ କରିଥିଲେ ।
                                    

  

ଶିକ୍ଷା ଓ ସାମାଜିକ ବିକାଶସମ୍ପାଦନ କରନ୍ତୁ

ରାଜା ହେବା ପରେ ତାଙ୍କର ମୁଖ୍ୟ କାମ ରାଜ୍ୟର ସମସ୍ତ ଜମିର ବନ୍ଦୋବସ୍ତ, ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ୱପ୍ରଦାନ ଓ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ। ଟିଟିଲାଗଡ଼ ଉଚ୍ଚ ବିଦ୍ୟାଳୟ ଓ ୧୯୪୪ରେ ବଲାଙ୍ଗୀର ମହାବିଦ୍ୟାଳୟ ଯାହା ପରବର୍ତ୍ତୀ କାଳରେ ରାଜେନ୍ଦ୍ର କଲେଜ ନାମରେ ପରିଚିତ ହୋଇଛି ସେ ଗୁଡ଼ିକ ତାଙ୍କରି ପ୍ରଚେଷ୍ଟା ପ୍ରସୂତ ।
୧୯୪୬ରେ ବଲାଙ୍ଗୀରରେ ଶିକ୍ଷକ ତାଲିମ କେନ୍ଦ୍ର ସ୍ଥାପନ । ମେଧାବୀ ଛାତ୍ର ଓ ହରିଜନ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ । ଅନାଥ ପିଲାମାନଙ୍କର ସମସ୍ତ ଶିକ୍ଷାଭାର ବହନ କରିବା ସହିତ ‘ଅନ୍ନପୂର୍ଣ୍ଣା ଅନାଥାଶ୍ରମ’ ଗଠନ କରିଥିଲେ । ସବର୍ଣ୍ଣ ଅସବର୍ଣ୍ଣର ଭେଦଭାବ ଦୂର କରିବାପାଇଁ ସେ ଗୋଟିଏ ସ୍କୁଲରେ ସବୁ ଜାତିର ପିଲା ପଢ଼ିବେ ବୋଲି ରାଜାଦେଶ ଜାରି କରିବା ସହିତ ହରିଜନ ପିଲାମାନଙ୍କୁ ଉଚ୍ଚ ଜାତିର ସାଙ୍ଗିଆ ବ୍ୟବହାର କରିବାକୁ ଅନୁମତି ଦେଇଥିଲ।

Narasimha Mishra


  ବଲାଙ୍ଗୀର ର ଆଗ ଧାଡ଼ି ର ନେତା ନରସିଂହ ମିଶ୍ର


ନରସିଂହ ମିଶ୍ର ଓଡ଼ିଶାର ଜଣେ ରାଜନେତା । ସେ ଓଡ଼ିଶା ବିଧାନ ସଭାର ବିରୋଧି ଦଳ ନେତା ଥିଲେ । ସେ ୨୦୦୪-୨୦୦୯ ଯାଏଁ କଂଗ୍ରେସ ଦଳର ଉପସଭାପତି ରହିଥିଲେ । ୧୯୯୦ ମସିହାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଓଡ଼ିଶାର ଆଇନ ମନ୍ତ୍ରୀ ହେଳେ। 
ଶିକ୍ଷା:
ନରସିଂହ ମିଶ୍ର ବଲାଙ୍ଗୀରର ଛତା ମଖନା ଗ୍ରାମରେ ଜନ୍ମ ହୋଇଥିଲେ । ବାପା ଯୁଧିଷ୍ଠିର ମିଶ୍ର ପେଶାରେ ଓକିଲ ଥିଲେ ଏବଂ ସାଂସଦ ଭାବରେ ମନୋନିତ ହୋଇଥିଲେ ।
ରାଜନୈତିକ ଜୀବନ:
ମାତ୍ର ୧୮ ବର୍ଷରୁ ନରସିଂହ ରାଜନୀତିରେ ସକ୍ରିୟ ହୋଇଥିଲେ । ମନ୍ତ୍ରୀ ପଦରେ ଥାଇ ମଧ୍ୟ ସେ ଓକିଲାତି ବୃତ୍ତି ଚାଲୁ ରଖିଥିଲେ । ଉଚ୍ଚ ନ୍ୟାୟାଳୟରେ ଓକିଲାତି କରି ଚାଷୀଙ୍କୁ ମାଗଣା ଧାନ ଯୋଗାଇ ଦେବାରେ ସଫଳ ହୋଇଥିଲେ ।
୨୪ ଜାନୁଆରୀ ୨୦୧୭ରେ ନରସିଂହ ମିଶ୍ର ବିଧାନ ସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ଥଫା ଦେଇଥିଲେ ।

ପଦପଦବୀ:ସମ୍ପାଦନ କରନ୍ତୁ

  • ଓଡ଼ିଶା ରାଜ୍ୟ ବାର ପରିଷଦର ସଦସ୍ୟ
  • ଭାରତ ସରକାରଙ୍କଦ୍ଵାରା ୧୯ଶତମ ବିଧି ଆୟୋଗର ସଦସ୍ୟ
  • ଇଣ୍ଡୋ-ସୋଭିଏତ ସାଂସ୍କୃତିକ ସମାଜର ଉପ-ସଭାପତି
  • ଅନ୍ତରାଷ୍ଟ୍ରୀୟ ଶାନ୍ତି ପରିଷଦର ରାଜ୍ୟ ଶାଖାର ଉପ-ସଭାପତି
  • ଓଡ଼ିଶା ବିଧାନ ସଭାଦ୍ଵାରା ଗଠିତ ବିଶେଷ ସମିତିର ଅଧ୍ୟକ୍ଷ

ଛବି-







Odisha's historical society

                    ଓଡ଼ିଶାର ଐତିହାସିକ ଚିତ୍ର

ପୃଷ୍ଠଭୂମି:

ପ୍ରାକ୍-ଐତିହାସିକ ଯୁଗରୁ ଓଡ଼ିଶାର ସଭ୍ୟତାର କ୍ରମବିକାଶ ଘଟିଥିବାର ପ୍ରମାଣ ମିଳେ। ଖ୍ରୀ.ପୂ ପ୍ରଥମ ସହସ୍ରାଦ୍ଧରେ ଓଡ଼ିଶାର କଳିଙ୍ଗ ରାଜ୍ୟ ଭାରତରେ ଏକ ଦୁର୍ଦ୍ଦଶ ରାଜଶକ୍ତି ରୂପେ ପରିଚିତ ଥିଲା ଓ ନୌବାଣିଜ୍ୟଦ୍ଵାରା ନିଜର ଆର୍ଥିକ ସ୍ଥିତି ଦୃଢ଼ କରିପାରିଥିଲା। ପ୍ରାଚୀନକାଳରୁ ଓଡ଼ିଶାରେ ଗଢିଉଠିଥିବା ସଭ୍ୟତା ଓ ସଂସ୍କୃତି ଆଞ୍ଚଳିକ ସ୍ୱତନ୍ତ୍ରର ମର୍ଯ୍ୟାଦା ବହନ କରି କାଳକ୍ରମେ ପରିପ୍ରକାଶ ଲାଭ କରିଛି।ତନ୍ମଧ୍ୟରୁ କଲା-ସ୍ଥାପତ୍ୟ,ଧର୍ମ-ସାହିତ୍ୟ,ଚିତ୍ରକଳା, ନୃତ୍ୟ-ସଙ୍ଗୀତ ଇତ୍ୟାଦି ଐତିହ ।            
ଇତିହାସ:
ଧଉଳୀ ପାହାଡ଼ରେ ଥିବା ଅଶୋକଙ୍କ ସ୍ଵତନ୍ତ୍ର କଳିଙ୍ଗ ଅନୁଶାସନ ନିକଟରେ ପ୍ରସ୍ତରଗାତ୍ରରେ ଖୋଦିତ ହସ୍ତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କାକୃତି । ଏହି ହସ୍ତୀଟି ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ କଳିଙ୍ଗ ପ୍ରସ୍ତର କଳା ଚାତୁରୀର ସ୍ଵାକ୍ଷର ବହ୍ଗନ କରେ । ଧଉଳିର ପାଞ୍ଚ କି.ମି ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । [୧]
ଉଦୟଗିରି ଓ ଖଣ୍ଡଗିରିଠାରେ ଥିବା ଜୈନ ଗୁମ୍ଫା ସମୁହ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ଵିକ କୀର୍ତ୍ତି । ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ଵର ବିଶିଷ୍ଟ ଘଟଣାବଳୀ କ୍ରମାନ୍ଵୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡିକ ମଧରୁ ଦ୍ଵିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସ୍ଵର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫା ଗୁଡିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୂନି ଗୁମ୍ଫା, ବାରଭୂଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡିକର ଅଭ୍ୟନ୍ତରରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । [୧]
ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତଥାନ ସହିତ ତାଳ ଦେଇ ଅନେକ ବୌଦ୍ଧ ବିହାର ଓ ଉପାସନା ଗୃହ ଗଢି ଉଠିଥିଲା । ଏଗୁଡିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲିଠାରେ ଥିବା ମୁଚଳିନ୍ଦ ବୌଦ୍ଧ ବିହାର ସର୍ବପ୍ରାଚୀନ ବୋଲି ଅନୁମାନ କରାଯାଏ। ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ରତ୍ନଗିରିଲଲିତଗିରି,ଉଦୟଗିରି, ଲାଙ୍ଗୁଡି ପାହାଡ଼, କାଏମା,ବଜ୍ରଗିରି, ରମେଶ୍ଵର, ସୋଲପୁର, ଖଡିପଦାରୁ ଆବିଷୃତ ବିହାର,ସ୍ତୂପ,ଚୈତ୍ୟଗୃହ,ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦି ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ଓ ଲୋକପ୍ରିୟତାର ପ୍ରମାଣ ଦିଏ । ଏହି ବୌଦ୍ଧମୂର୍ତ୍ତିଗୁଡିକର ଗଠନ ଓ ଲାଳିତ୍ୟ ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଦିଏ । ବୌଦ୍ଧରୁ ପ୍ରାପ୍ତ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ଏହି ଶ୍ରେଣୀଭୁକ୍ତ ।[୨]
ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ସର୍ବତ୍ର ବିତିଦ । ଓଡ଼ିଶାରେ ଥିବା ବିଭିନ୍ନ ମନ୍ଦିରଗୁଡିକର ସଂଖ୍ୟା ଭାରତର ଅନ୍ୟତ୍ର ଥିବା ମନ୍ଦିରଗୁଡିକଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଏ । ଏହା ମନ୍ଦିର ଗୁଡିକର ଗଠନ ଶୈଳୀ ସ୍ଵତନ୍ତ୍ର ଓ କଳିଙ୍ଗ ଶୈଳୀ ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡିକ ହେଲା : (୧) ରେଖା ଦେଉଳ, (୨) ପିଢା ଦେଉଳ, (୩) ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତି କରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିର ଗୁଡିକ ସପ୍ତମ ଶତାବ୍ଦୀ ଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । [୩][୪][୫] ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ , ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ଏହି ମନ୍ଦିର ଗୁଡିକ ନିର୍ମିତ ହୋଇଥିଲା । ଏ ଗୁଡିକ ଓଡ଼ିଶାର ମନ୍ଦିରନଗରୀ ତଥା ରାଜଧାନୀ ଏକାମ୍ରକ୍ଷେତ୍ରଭୁବନେଶ୍ଵର ଶଙ୍ଖକ୍ଷେତ୍ର ପୁରୀ, ଅର୍କକ୍ଷେତ୍ର କୋଣାର୍କ, ବିରଜାକ୍ଷେତ୍ର ଯାଜପୁର,ଖିଂଚିବଉଦ, ଗନ୍ଧରାଡି, ସୋମନାଥତୀର୍ଥ ରାଣୀପୁର ଝରିଆଲନୃସିଂହନାଥ, କୂଆଳ,ବରଗାଁ,ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧୟରୁ ଭୁବନେଶ୍ଵରର ମୁକ୍ତେଶ୍ଵର,ରାଜରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କର ବିଶ୍ଵବିଖ୍ୟାତ ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦବ୍ୟତିତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡାଇଟାରେ ନିର୍ମିତ ଅନେକ ସୁନ୍ଦର ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ । ଏହି ମନ୍ଦିର ଗୁଡିକର କଳା ଭାସ୍କର୍ଯ୍ୟ ଶୀଳ୍ପୀମାନସର ଚରମ ଅଭିବ୍ୟକ୍ତିର ଏକ ନିଖୁଣ ଚିତ୍ର ପ୍ରଦାନ କରେ ।
ଓଡ଼ିଶାର ଚିତ୍ରକାଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧୟ୍ଯୁଗୀୟ ଚିତ୍ରକଳା ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଦେଖିବାକୁମିଳେ । ଏସବୁ ଚିତ୍ର କଳାଗୁଡିକ ସ୍ଵକୀୟ ପରମ୍ପରା ସ୍ଵାକ୍ଷର ବହନ କରେ ।
ଆମ ରାଜ୍ୟର ମଧ୍ୟ ଯୁଗୀୟ ପୁରାକୀର୍ତ୍ତି ଗୁଡିକ ମଧ୍ୟରୁ କଟକରଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ,କଦମ ରସୁଲକାଳିଆବୋଦା ଗୁରୁଦ୍ଵାର ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡା ଚୌହାନ ରାଜାମାନଙ୍କଦ୍ଵାରା ନିର୍ମିତ ମନ୍ଦିର ଗୁଡିକ ଏହି ସମୟର ଅନ୍ୟତମ ପ୍ରସିଦ୍ଧ ପୁରାକିର୍ତ୍ତି ଯାହା ପାଟଣାଗଡ଼ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।

Mahanadi

             ଓଡ଼ିଶାରେ ପ୍ରବାହିତ ନଦୀ ସମୂହ

ମହାନଦୀ:

ମହାନଦୀର ପ୍ରକଳ୍ପ
  


ମହାନଦୀ
ନଦୀ
The Mahanadi
ନାମର ଉତ୍ପତ୍ତି: From Sanskrit "Maha" (great) and "Nadi" (river)
ଦେଶଭାରତ
Partsଛତିଶଗଡ଼, ମଧ୍ୟ ପ୍ରଦେଶ, ଓଡ଼ିଶା
ଅଞ୍ଚଳଦଣ୍ଡକାରଣ୍ୟ,Dakshina Kosala Kingdom,Coastal Plains
Administrative
areas
Betul, ରାୟପୁର, ଜଞ୍ଜଗିର,ବିଳାସପୁର, ସମ୍ବଲପୁର,ସୋନପୁର, ବୌଦ୍ଧ, ଅନୁଗୋଳ,କଟକ, କେନ୍ଦ୍ରାପଡ଼ା
Tributaries
 - leftSeonath, Telen, ଇବ୍
Citiesସମ୍ବଲପୁର, କଟକ, ସୋନପୁର,ବିରମହାରାଜପୁର
Landmarksସାତକୋସିଆ ଗଣ୍ଡ,Sonapur Lanka,Hookitola Falls
Source
 - locationସିଂହବା, ଧମତରି, ଦଣ୍ଡକାରଣ୍ଯ, ଛତିଶଗଡ଼, ଭାରତ
 - elevation୮୭୭ m (୨,୮୭୭ ft)
 - coordinates20°07′N 81°55′E / 20.11°N 81.91°E
Mouth
 - locationFalse Point, କେନ୍ଦ୍ରାପଡ଼ା, Delta, ଓଡ଼ିଶା, ଭାରତ
 - elevation୦ m (୦ ft)
Length୮୫୮ km (୫୩୩ mi)
Basin୧,୪୧,୬୦୦ km2 (୫୪,୬୭୨ sq mi)
Dischargefor False Point, ଓଡ଼ିଶା
 - average୨,୧୧୯ m3/s (୭୪,୮୩୨ cu ft/s)
 - max୫୬,୭୦୦ m3/s(୨୦,୦୨,୩୪୨ cu ft/s)
ସମ୍ବଲପୁର ପରଠାରୁ ମହାନଦୀ
ଆଠମଲ୍ଲିକ ପାଖ ମହାନଦୀ କୁଳ
ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । [୧] ଏହା ପାରାଦ୍ବୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗରରେପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି. । ବୌଦ୍ଧ ଜିଲ୍ଲାର ସୁନାଖଣିଆରୁ ଦଶପଲ୍ଲାରବଡମୂଳ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟିକରିଛି । ଏହାକୁ ସାତକୋଶିଆ ଗଣ୍ଡ କୁହାଯାଏ । ଓଡ଼ିଶା ଭିତରେ ତେଲ୍ ଓ ଇବ୍ ମହାନଦୀର ଦୁଇଟି ଉପନଦୀ । ଏହାର ଶାଖାନଦୀମାନ ହେଲେ କାଠଯୋଡି, କୁଆଖାଇ,ବିରୁପା, ଦେବୀ,ଦୟା,ଭାର୍ଗବୀ,କୁଶଭଦ୍ରା,ଚିତ୍ରୋତ୍ପଳା,ଧନୁଆ ଓ ଲୁଣୀ ।

ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ ଲୋକମାନଙ୍କୁ ମାରୁଛି କରୋନାଭାଇରସ୍: ଅଧ୍ୟୟନ

ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ କରୋନାଭାଇରସ୍ ଲୋକମାନଙ୍କୁ ମାରି ପକାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ‘ଫ୍ରଣ୍ଟିୟ...