ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ମାତ୍ରାଧିକ ପ୍ରତିକ୍ରିୟାଶୀଳ କରାଇ କରୋନାଭାଇରସ୍ ଲୋକମାନଙ୍କୁ ମାରି ପକାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।
‘ଫ୍ରଣ୍ଟିୟର୍ସ ଇନ୍ ପବ୍ଲିକ୍ ହେଲ୍ଥ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଗବେଷଣାକାରୀ ବୈଜ୍ଞାନିକମାନେ ଏ ସଂକ୍ରାନ୍ତରେ ଅଳ୍ପ ଅଳ୍ପ କରି ବୁଝାଇଛନ୍ତି: କରୋନାଭାଇରସ୍ କିପରି ଶ୍ବାସନଳୀକୁ ସଂକ୍ରମଣ କରୁଛି, ଜୀବକୋଷ ମଧ୍ୟରେ ବହୁଗୁଣ ହେଉଛି ଓ ଗୁରୁତର ସଂକ୍ରମଣରେ କିଭଳି ଶରୀରରେ ‘ସାଇଟୋକାଇନ୍ ଷ୍ଟମ୍’ ସୃଷ୍ଟି କରି ମଣିଷର ମୃତ୍ୟୁର କାରଣ ହେଉଛି। ‘ସାଇଟୋକାଇନ୍ ଷ୍ଟମ୍’ ଯୋଗୁଁ ହିଁ ଆକ୍ରାନ୍ତ ମଣିଷ ମୃତ୍ୟୁ ବରଣ କରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ସଂକ୍ରମଣ ମାତ୍ରାଧିକ ହୋଇଗଲେ, ରୋଗ ପ୍ରତିରୋଧକ ଶକ୍ତି ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେଉଥିବାରୁ ଶରୀର ଅତି ଶୀଘ୍ର ରକ୍ତକୁ ବହୁ ପରିମାଣର ସାଇଟୋକାଇନ୍ ଛାଡ଼େ। ସାଇଟୋକାଇନ୍ ହେଉଛି ଏକ ଜାତୀୟ ପୁଷ୍ଟିସାର ଯାହା ରୋଗ ପ୍ରତିରୋଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ThankskT for reading
ReplyDelete